Welcome to Jasoos News   Click to listen highlighted text! Welcome to Jasoos News
ମୁଖ୍ୟ ସମାଚାର

ଭାରତୀୟ ତେଲ କମ୍ପାନୀଗୁଡ଼ିକ ଉପରେ ଚାପ: ଏପରି ସତର୍କବାଣୀ ଶୁଣିଲା ରେଟିଂ ସଂସ୍ଥା ମୁଡିସ୍

ଭାରତୀୟ ତେଲ କମ୍ପାନୀଗୁଡ଼ିକ ଉପରେ ଚାପ: ଏପରି ସତର୍କବାଣୀ ଶୁଣିଲା ରେଟିଂ ସଂସ୍ଥା ମୁଡିସ୍

 

ନୂଆଦିଲ୍ଲୀ,୧୧ା୩: ମଧ୍ୟପ୍ରାଚ୍ୟର ଚାଲିଥିବା ଯୁଦ୍ଧ କାରଣରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଘଡ଼ିସନ୍ଧି ମୁହୁର୍ତରେ ଭାରତୀୟ ବଜାରରେ ତେଲ ଦର ସ୍ଥିର ରହିଛି। ଫଳରେ ଦେଶର ପ୍ରମୁଖ ସରକାରୀ ତୈଳ କମ୍ପାନୀଗୁଡ଼ିକ ଆର୍ଥିକ ଚାପର ସମ୍ମୁଖୀନ ହେଉଛନ୍ତି। ବିଶ୍ୱସ୍ତରୀୟ ରେଟିଂ ଏଜେନ୍ସି ‘ମୁଡିସ୍’ ଅନୁଯାୟୀ, ଇଣ୍ଡିଆନ ଅଏଲ୍, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମର ଲାଭ ଏବଂ ନଗଦ ଅର୍ଥ ପ୍ରବାହ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ।

ଏପ୍ରିଲ ୨୦୨୨ ପରଠାରୁ ବିଶ୍ୱ ବଜାରରେ ତୈଳ ଦର ଅନେକ ସମୟରେ ଅସ୍ଥିର ରହିଥିଲେ ହେଁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ପ୍ରାୟତଃ ଅପରିବର୍ତ୍ତିତ ରହିଛି। ଭାରତ ନିଜର ଆବଶ୍ୟକତାର ୮୮% ତେଲ ଏବଂ ୫୧% ଗ୍ୟାସ ଆମଦାନୀ କରିଥାଏ। ବିଶ୍ୱ ବଜାରରେ ଦର ବଢ଼ିଲେ କମ୍ପାନୀଗୁଡ଼ିକର କ୍ରୟ ଖର୍ଚ୍ଚ ବଢ଼ୁଛି, ମାତ୍ର ବିକ୍ରୟ ମୂଲ୍ୟ ବଢ଼ୁ ନଥିବାରୁ ସେମାନଙ୍କୁ କ୍ଷତି ସହିବାକୁ ପଡ଼ୁଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ତିନୋଟି ଓଏମସି (OMC) ପ୍ରାୟ ୪୦,୦୦୦ କୋଟି ଟଙ୍କାର କ୍ଷତି ସହିଛନ୍ତି।

ଆନ୍ତର୍ଜାତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ୭ ତାରିଖରେ ଘରୋଇ ଏଲପିଜି (୧୪.୨ କେଜି) ସିଲିଣ୍ଡର ପିଛା ଦର ୬୦ ଟଙ୍କା ବୃଦ୍ଧି କରାଯାଇଛି। ତଥାପି ବଜାର ଦର ତୁଳନାରେ କମ୍ ମୂଲ୍ୟରେ ବିକ୍ରୟ ଯୋଗୁଁ କମ୍ପାନୀଗୁଡ଼ିକ କ୍ଷତି ସହୁଛନ୍ତି।

କମ୍ପାନୀଗୁଡ଼ିକୁ ସହାୟତା ପାଇଁ ସରକାର ୩୦,୦୦୦ କୋଟି ଟଙ୍କାର କ୍ଷତିପୂରଣ ଅନୁମୋଦନ କରିଛନ୍ତି, ଯାହା ନଭେମ୍ବର ୨୦୨୫ ରୁ ୧୨ଟି ସମାନ କିସ୍ତିରେ ପ୍ରଦାନ କରାଯିବ।

ଇରାନ ତଟରେ ଥିବା ହର୍ମୁଜ ଷ୍ଟ୍ରଟ୍ ବନ୍ଦ ହେବା କାରଣରୁ ସୃଷ୍ଟି ହୋଇଥିବା ଯୋଗାଣ ସମସ୍ୟାର ସମାଧାନ ପାଇଁ ଆମେରିକା ଭାରତକୁ ସମୁଦ୍ରରେ ଅଟକି ରହିଥିବା ଋଷୀୟ ତେଲ କିଣିବା ପାଇଁ ୩୦ ଦିନିଆ କୋହଳ ପ୍ରଦାନ କରିଛି। ଏହାସହ ଭାରତ ପାଖରେ ୭୪ ଦିନ ପାଇଁ ଜରୁରୀକାଳୀନ ତୈଳ ମହଜୁଦ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!